ଭଜରେ ଚକା ,ଚକା, ଚକା ନୟନ…
- GYANA RANJAN SWAIN
- Nov 18, 2023
- 1 min read
Updated: Nov 25, 2023
-- ଲକିଲତା ଚୂଲ
"ନିଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ,
ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥIୟତେ ନମଃ"
ହରେ କୃଷ୍ଣ ହରେ ରାମ
ତୋ ନାମେ ସଂକୀର୍ତ୍ତନ ।
ଭଜରେ ଚକା ,ଚକା, ଚକା ନୟନ
ତୋ ନାମେ ଯାଉ ରେ ଦିନ ।
ଭଜରେ ଚକା, ଚକା, ଚକାନୟନ
ତୋ ନାମେ ସଂକୀର୍ତ୍ତନ |
ତୁ କାଲି ଆସୁଛୁ ବୋଲି
ତୋ ପାଇଁ ଲେଖିଛି ଖାଲି ।
ଚେକ୍ ପୋଷ୍ଟ, ମେଡଚାଲ ନାମ
ଏଲସ ପେଟିର ଗ୍ରାମ ଜନ।
ସଭିଙ୍କୁ ମୋର ସତ୍ ସମ୍ମାନ
ଶୁଭେଚ୍ଛା ଅଭିନନ୍ଦନ।
ମଝିରେ ଆଠଭେଲ୍ଲୀ ଥିଲା
ସେଠି ତୋର ସ୍ଥାନ ହେଲା ।
ତୁ ତ ଦେଲୁରେ ନିଶାନ
ମୁଁ କେଵଳ ହୀନ ଜନ ।
ତୋହର ନିର୍ମାଣ ହବରେ ମନ୍ଦିର
ମୁଁ ଛାର ଗୁଣ୍ଡୁଚି ସମାନ।
କେମିତି କରିବିରେ ଧନ
ତୋହର ପୂଜା ବିଧି ମାନ।
ଭଜ ରେ ଚକା ଚକା ଚକାନୟନ
ପ୍ରଭୁହେ ହରି କୀର୍ତ୍ତନ।
ତୋ ନିନ୍ଦା ଅପାର ପାର
ସତ ରେ କାଳିଆ ଠାକୁର।
ସଂସାରେ ସାର ହରି ହର
ବଦ୍ରିନାଥ ଙ୍କୁ କରି ସ୍ଥିର।
ତୋ ପାଇଁ କରିବୁ ମନ୍ଦିର
ଆଠଭେଲ୍ଲୀ ହବ ଜୟ ଜୟ କାର।
ଭଜରେ ଚକା, ଚକା ଚକା ନୟନ
ତୋ ନାମେ ଯାଉଛି ଦିନ।
ପୁରୀ ରୁ ଆସିଲ ହରି
ଦବୁ ତୋ ଅଭଡ଼ା ଖିରି।
ପାଇଲେ ଅଭଡ଼ା ଖିରି
ସଂସାରୁ ହୋଇବୁ ପାରି ।
ଜପୁଚି ମୁଁ ହରି ହରି
ବସିଛି ଅପେକ୍ଷା କରି।
କେତେ ବେଳେ ଆସିବୁ ତୁ
ଅପେକ୍ଷା ଯିବ ରେ ସରି।
କେମିତି ଜାଣିବି ପ୍ରଭୁ
ସତେ କି ଶବଦ ଦବୁ।
ଧୂପ ଚନ୍ଦନ ବାସନ
ଶଙ୍ଖ ଧ୍ୱନି ଘନ ଘନ।
ହରି ବୋଲ ହୁଳହୁଳି
ଆଠଭେଲ୍ଲୀ ପଡେ ଉଛୁଳି।
ତଥାପି ନ ପାରେ ଜାଣି
କାହିଁ ଅଛନ୍ତି ମୋ ହରି।
ଭଜ ରେ ଚକା, ଚକା, ଚକା ନୟନ
ତୋ ନାମେ ଯାଉଛି ଦିନ।
ପାଦ ଯୋଡି ମୁଁ ଧୋଇ ଦେବି
ଟିପି ଚନ୍ଦନ କରୁଥିବି।
ଫୁଲ ରେ ସଜାଇ ଦେବୀ
ଫଳ, ମୂଳ, ଜଳ ମୁଁ ଥୋଇବି ।
ପ୍ରଣାମ କରି ପ୍ରଭୁ
ଜଣାଇବି ଦୁଃଖ ସବୁ।
ବିଶ୍ୱ କୁ ପ୍ରଭୁ ରକ୍ଷା କର
ତେଣୁ ତୋ ନାମ ଚକ୍ରଧର।
ତୋ ଚକ୍ର ଉଆଡ଼ କରି
ବିଶ୍ଵ କୁ କରିବୁ ତୁ ପାରି।
ସଂସାରେ ପଡିବ ହୁରି
ସର୍ବେ ବୋଲିବେ ହରି ହରି।
ହରି କରିବେ ଭବୁ ପାରି
ନାମ ତାଙ୍କ ବିଶ୍ଵ ବିହାରି।
ଭଜ ରେ ଚକା ଚକା ,ଚକା ନୟନ
ତୋ ନାମେ ଯାଉଛି ଦିନ।
|| ସମାପ୍ତ ||